ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ରାଜନୀତି ଓ ବିଭ୍ରାନ୍ତି ; ଏକ ତଥ୍ୟ ମୂଳକ ଅଧ୍ୟୟନ

ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ରାଜନୀତି ଓ ବିଭ୍ରାନ୍ତି ; ଏକ ତଥ୍ୟ ମୂଳକ ଅଧ୍ୟୟନ

ପୁରୀ ମନ୍ଦିରର ସଂଚିତ ଧନ

୪ ମାର୍ଚ୍ଚ ୧୯୦୫, ଉତ୍କଳ ଦୀପିକା

ଗତ ମାସ ୨୩ ତାରିଖ ଠାରୁ ଶ୍ରୀଜିଉଂକର ବହୁକାଳ ରୁଦ୍ଧ ଭଣ୍ଡାର ମେନେଜର ମହୋଦୟଂକ ଦ୍ବାରା ଉଦଘାଟିତ ହୋଇଅଛି   ପ୍ରତିଦିନ ଶ୍ରୀଜିଉଂକର ଦ୍ବିପହର ଧୂପ ପରେ ପାହୁଡ ହୋଇ ଭଣ୍ଡାର ଖୋଲା ହେଉଅଛି ପ୍ରଥମଦିନ କେବଳ ଆବର୍ଜନା ଅଳିଆ ପୂର୍ଣ୍ଣ ଥିବାର ଦେଖା ଯିବାରୁ ତାହା ସବୁ ପରିଷ୍କାର କରାଯାଇଥିଲା ଏବଂ କେତେ ଗୁଡିଏ ଭଗ୍ନ ଓ ଜୀର୍ଣ୍ଣ ସିନ୍ଦୁକ ଦେଖାଗଲା ଏ ପର୍ଯନ୍ତ ପାଂଚଗୋଟି ସିନ୍ଦୁକ ଖୋଲା ହୋଇଅଛି ଗୋଟିଏ ସିନ୍ଦୁକରେ ପିତ୍ତଳର କେତେକ ପଦାର୍ଥ ଓ ନାନାବିଧ ମୂର୍ତ୍ତି ଥିଲେ ଦୁଇ ଗୋଟି ସିନ୍ଦୁକରୁ ଅନେକ ପାଟ ଲୁଗା ବାହାରିଥିଲା ମାତ୍ର ସେଗୁଡିକ ପଚି ଏକବାରେ ନଷ୍ଟ ଓ ଅବ୍ୟବହାର୍ୟ ହୋଇ ଯାଇଅଛି ତହିଁରୁ କେତେକ ଖାଲି ଜରି ମାତ୍ର ବାହାରି ଅଛି ଅବଶିଷ୍ଟ ଦୁଇ ଗୋଟି ସିନ୍ଦୁକରୁ ସୁବର୍ଣ୍ଣ ନିର୍ମିତ ନାନା ରତ୍ନଖଚିତ ଅଲଂକାର ଅର୍ଥାତ୍ ମଣି ଖଚିତ କୁଣ୍ଡଳ, ଶିରପେଚ, କବଚ, ଅଳକା, ଅନେକ ହୀରା, ନୀଳା, ମାଣିକ୍ୟ, ମୁକ୍ତା ଇତ୍ୟାଦି ବହୁମୂଲ୍ୟ ଦ୍ରବ୍ୟ ବାହାରିଅଛି ଏହା ଛଡା ସୁନା ଓ ରୂପାର ଥାଳି ଗିନା ଓ ନାନା ବିଧ ମୂର୍ତ୍ତି ବାହାରି ଅଛି ନାନା ପ୍ରକାର ପ୍ରାଚୀନ କାଣ୍ଡ, ତରବାରୀ ବନ୍ଧୁକାଦି ଅସ୍ତ୍ର ମଧ୍ୟ ବାହାରିଅଛି    ଅଷ୍ଟ ରତ୍ନ ଖଚିତ ଯେଉଁ ଅଲଂକାର ମାନ ଦେଖାଗଲା ତାହାର ଉଚିତ ମୂଲ୍ୟ ଏଠାରେ ସ୍ଥିର ହେବା କଠିନ    

ରାଜଗୋପାଳ ମଠର ମହନ୍ତ ଶ୍ରୀ ରଘୁନନ୍ଦନ ରାମାନୁଜ ଦାସ, ମହାଜନ ଓ ଅନରାରୀ ମାଜିଷ୍ଟ୍ରେଟ୍ ଶ୍ରୀ ଭିକାରୀ ମିଶ୍ର ଏବଂ ପ୍ରଧାନ ପ୍ରଧାନ ସେବକ ମାନେ ଥାଇ ଭଣ୍ଡାରରୁ ସିନ୍ଦୁକ ଆସି ବେହରଣ ତଳେ ଖୋଲା ହେଉଅଛି ତେତେବେଳେ ସେଠାରେ ଲୋକାରଣ୍ୟ ହେଉଅଛି ମେନେଜର ମହୋଦୟ ବହୁମୂଲ୍ୟ ଦ୍ରବ୍ୟ ମାନ ସ୍ବହସ୍ତରେ ବାକ୍ସ ମଧ୍ୟରେ ପୃଥକ୍ ପୃଥକ୍ ରଖୁ ଅଛନ୍ତି ସାମାନ୍ୟ ଦ୍ରବ୍ୟ ଠାରୁ ବହୁ ମୂଲ୍ୟ ମଣି ମୁକ୍ତା ପର୍ଯନ୍ତ ପାଂଚ ସାତ ଜଣ ଲୋକଂକ ଦ୍ବାରା ରୀତିମତେ ତାଲିକା ହେଉଅଛି ପରେ ସମସ୍ତ ପଦାର୍ଥ ପରିଷ୍କୃତ ହୋଇ ପୁନରାୟ ସେହି ଭଣ୍ଡାର ମଧ୍ୟରେ ରଖା ଯାଉଅଛି       

   ପୁନଶ୍ଚ ୧୭ ମାର୍ଚ୍ଚ ଦୀପିକାରେ ପୁରୀ ସମ୍ବାଦଦାତା  ଲେଖିଛନ୍ତି ଯେ ଶ୍ରୀ ଜିଉଂକ ଭଣ୍ଡାର କାର୍ୟ ଶେଷ ହୋଇନାହିଁ   ଅନେକ ବସ୍ତ୍ର ଅଲଂକାର ଆଦି ବାହାରୁଅଛି ’’

 

ଆଜି ଯେତେବେଳେ ପୂରୀ ଶ୍ରୀମନ୍ଦିର ର ରତ୍ନ ଭଣ୍ଡାର ଫିଟା କୁ ନେଇ ସାରା ଓଡିଶା ଉଠୁଚି ଓ ପଡୁଚି, ସେତେବେଳେ ୧୧୩ ବର୍ଷ ତଳେ ପ୍ରକାଶିତ ଏ ଖବର ଆମକୁ ଅନେକ ବିଭ୍ରାନ୍ତି ରୁ ମୁକ୍ତି ଦେବଯେଉଁ ମହାପଣ୍ଡିତ ମାନେ ରତ୍ନ ଭଣ୍ଡାର ଅତ୍ୟନ୍ତ ଗୋପନୀୟ ଓ ରହସ୍ୟମୟ ବୋଲି କହି ମିଛ ବୋବାଳି ଛାଡୁଛନ୍ତିସେମାନଂକ ମୁଖା ଖୋଲି ଦେବାକୁ ଏହି  ରିପୋର୍ଟ୍  ଯଥେଷ୍ଟ ସହାୟକ ହେବଆଶ୍ଚର୍ୟଜନକ ଭାବରେ କେତେକ ଟେଲିଭିଜନ ଚାନେଲ୍ ଏହି ତଥାକଥିତ ରହସ୍ୟ କୁ ନେଇ ଗୁଡାଏ ଗାଲୁଗପ ଲୋକଂକ ମଧ୍ୟରେ ପ୍ରଚାରିତ କରୁଛନ୍ତି ମନ୍ଦିରର ଭିତର ବେଢା ସମ୍ପର୍କରେ କୌଣସି ଜ୍ଞାନ ନଥିବା ଲୋକେ ଏହାକୁ ନେଇ ଗୁଡାଏ ଉଦ୍ଭଟ ତଥ୍ୟ ଗଣମାଧ୍ୟମରେ ରଖିଚାଲିଛନ୍ତି ମୂଳରୁ ସ୍ପଷ୍ଟ କରିଦେବା ଉଚିତ ହେବ ଯେ  ରତ୍ନ ଭଣ୍ଡାର କେବେହେଲେ ଲୋକ ଲୋଚନ ରୁ ଦୂରରେ ନଥିଲାବିଭିନ୍ନ ସମୟରେ ମନ୍ଦିର ପ୍ରଶାସକ ମାନେ ଏହାର ଖାନତଲାସ କରି ଏଠାରେ ରହିଥିବା ମୂଲ୍ୟବାନ ସାମଗ୍ରୀର ତାଲିକା ଲୋକଂକୁ ଜଣାଇଛନ୍ତି ଆଜି ହଠାତ୍ ଏହାକୁ ଗୋପନୀୟ ରଖାଯାଉ ବୋଲି ଯେଉଁ ଷଡଯନ୍ତ୍ର ଚାଲିଛି ତାହା ଅନେକାଂଶରେ ଘୋର ସନ୍ଦେହ ସୃଷ୍ଟି କରୁଛି ଓ ଆଜି ପୁଣି ଥରେ ରତ୍ନ ଭଣ୍ଡାର ଖୋଲା ଯାଇ ୧୯୮୪ ରେ ପ୍ରସ୍ତୁତ ହୋଇଥିବା ରତ୍ନ ତାଲିକା ସହିତ ଏବର ସାମଗ୍ରୀ ସବୁକୁ ମିଳାଇ ଦେଖିବା ଜରୁରୀ ହୋଇ ପଡିଛି ଐତିହାସିକ କ୍ରମରେ ରତ୍ନ ଭଣ୍ଡାରର ତଥ୍ୟକୁ ନେଇ ଆମେ ଏକ ବିସ୍ତୃତ ଆଲୋଚନା କରିବାକୁ ଉଚିତ ମନେ କରୁଛୁ

ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡିଶାର ଇଷ୍ଟ ଦେବତା ନୁହଁନ୍ତି, ସେ ଓଡିଶା ରାଜ୍ୟର ରାଜନୈତିକ ମୁଖିଆ ମଧ୍ୟ ଖୁର୍ଧା ଗଜପତି କେବଳ ରାଉତ ମାତ୍ର, ମହାପ୍ରଭୁ ନିଜେ ଓଡିଶାର ରାଜ ରାଜେଶ୍ବର ତେଣୁ ଗଜପତି ଶାସନର ସବୁ ପ୍ରଭୁତ୍ବ, ସମ୍ବଳ ଓ ସମ୍ପତ୍ତିର ପ୍ରଥମ ଅଧିକାରୀ ଶ୍ରୀଜଗନ୍ନାଥ ଟ୍ରାଭାଙ୍କୋରର ପଦ୍ମନାଭ ମନ୍ଦିର କିମ୍ବା ନେପାଳ ର ପଶୁପତିନାଥ ମନ୍ଦିର ପରି ମହାପ୍ରଭୁ ଜଗନ୍ନାଥଙ୍କର ଅଚଳାଚଳ ସମ୍ପତ୍ତି ରହିଛି ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ସୁନା ବେଶରେ ମଣ୍ଡିତ ହୁଅନ୍ତି   ଏହା ମନ୍ଦିରର ସମ୍ପତ୍ତି ଓ ପ୍ରତିପତ୍ତି ପ୍ରଦର୍ଶନ ର ସାମାନ୍ୟ ସଂକେତ ମାତ୍ର ସୁନା ବେଶ କୁ ରାଜ ରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ ରାଜନୀତି ଓ ଧର୍ମର ଏକ ସୂକ୍ଷ୍ମ ସଂଯୋଗ ଶ୍ରୀ ମନ୍ଦିରର ପ୍ରତ୍ୟେକ ରୀତି,ନୀତି ଓ ଉପଚାର ରେ ପ୍ରତିଫଳିତ ହୋଇଥାଏ ଓଡିଶାର ରାଜସ୍ବ ଓ ଐଶ୍ବର୍ୟ ର ଏକ ରହସ୍ୟମୟ ଭଣ୍ଡାର ହେଉଛି ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରସୁନା ବେଶ ସମୟରେ ଯେଉଁ  ମାଢ଼ ମାଢ଼  ସୁବର୍ଣ ଅଲଂକାର ସବୁ ପ୍ରଭୁ ମାନଂକୁ ଲାଗି କରାଯାଏ, ତାହା ଏହି ରତ୍ନ ଭଣ୍ଡାରର ବାହାରି ଭଣ୍ଡାରରୁ ଆସିଥାଏ ଅକଳନ ସମ୍ପତ୍ତି ଭରି ରହିଥିବା ଏହି ରହସ୍ୟମୟ ରତ୍ନ ଭଣ୍ଡାର ସମ୍ପର୍କରେ କେତୋଟି ତଥ୍ୟ ନିହାତି ଲୋକ ଲୋଚନର ଅଗୋଚରରେ ରହିବା ଉଚିତ ନୁହଁ 

 ୧୮୦୩ ମସିହାରେ ବ୍ରିଟିଶ୍ ମାନେ ଓଡିଶାର ଶାସନ ଭାର ଗ୍ରହଣ କଲା ପରେ ବ୍ୟାପକ ପ୍ରଶାସନିକ ସଂସ୍କାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ସେହି ସଂସ୍କାରର ଅଂଶ ବିଶେଷ ଭାବରେ ପୁରୀ ଶ୍ରୀମନ୍ଦିରର ରୀତି, ନୀତି, ସେବା, ସେବାୟତ, ସମ୍ବଳ ଓ ସମ୍ପତ୍ତିର ଟିକିନିକି ତାଲିକା ପ୍ରସ୍ତୁତ କରାଗଲା ସେତେବେଳ ଯାଏଁ ଗଜପତିଂକ ନଅର ଓ ପରିଛା ସେବାୟତ ମାନେ ଦେଉଳର କୋଠ ଭଣ୍ଡାର ଓ ରତ୍ନ ଭଣ୍ଡାରର ହିସାବ ବୁଝୁଥିଲେ ଏହାର ଏକ ସ୍ପଷ୍ଟ ପ୍ରଶାସନିକ ତାଲିକା୧୦, ଜୁନ, ୧୮୦୫ ମସିହାରେ ପୁରୀ ଠାରେ ଅବସ୍ଥାପିତ ଦକ୍ଷିଣ ଡିଭିଜନ ର କଲେକ୍ଟର ଚାର୍ଲସ୍ ଗ୍ରୋମ୍ ପ୍ରସ୍ତୁତ କରିଥିଲେ ସେଥିରେ ପ୍ରଥମ ଥର ଲାଗି ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ରେ ରହିଥିବା ବହୁ ମୂଲ୍ୟ ସୁନା, ହୀରା, ରତ୍ନ ଓ ରୂପା ସାମଗ୍ରୀ ଗୁଡିକର ଏକ ବିସ୍ତୃତ ତାଲିକା ପ୍ରକାଶ ପାଇଲା

ମନ୍ଦିରରେ ଦୁଇଟି ରତ୍ନ ଭଣ୍ଡାର ରହିଛି ଯାହାକି ବାହାର ଓ ଭିତର ରତ୍ନ ଭଣ୍ଡାର ଭାବେ ପରିଚିତ ବାହାର ରତ୍ନ ଭଣ୍ଡାରରେ ନୀତି କାନ୍ତି ଲାଗି ଆବଶ୍ୟକ ପଡୁଥିବା ରତ୍ନ ଅଲଂକାର ସବୁ ଗଛିତ ଥିବାବେଳେ ଭିତରର ଭଣ୍ଡାରରେ ଆପାତତଃ ଅନାବଶ୍ୟକ ସାମଗ୍ରୀ ସବୁ ସୁରକ୍ଷିତ ହୋଇ ରହିଥାଏ ଦୁଇଟି ଯାକ ଭଣ୍ଡାରରେ କେତେ ପରିମାଣରେ ଅଲଂକାର ଓ ରତ୍ନ ପଥର ରହିଛି ତାହାର ବାସ୍ତବ ମୂଲ୍ୟାୟନ କରିବାକୁ ବିଭିନ୍ନ ସମୟରେ ପ୍ରୟାସ କରାଯାଇଛି ତେବେ ଚାର୍ଲସ୍ ଗ୍ରୋମ୍ ରିପୋର୍ଟ୍ ଅନୁସାରେ ବ୍ରିଟିଶ୍ ସରକାର ରତ୍ନ ଭଣ୍ଡାରର ତାଲିକା ମାଗିବା ମାତ୍ରେ ମନ୍ଦିର ପରିଛା ଜଗନ୍ନାଥ ରାଜଗୁରୁ ନିଜ ତରଫରୁ ରତ୍ନ ଭଣ୍ଡାରର ସମସ୍ତ ତଥ୍ୟ ଯୋଗାଇ ଦେଇଥିଲେ

ମେକାପ ଓ ପରିଛା ସେବକ ମାନେ ରତ୍ନ ଭଣ୍ଡାର ଦାୟିତ୍ବ ତୁଲାଇ ଥାନ୍ତି ମହାପ୍ରଭୁଂକ ଆଜ୍ଞା ସମ୍ବଳିତ ମୁଦ ବା ମୋହର ଥିବା ଆଦେଶ ନ ମିଳିଲେ ରତ୍ନ ଭଣ୍ଡାରରୁ କିଛି ବି ସାମଗ୍ରୀ ବାହାରକୁ ଆସିପାରେ ନାହିଁ ସେହିପରି ବହୁ ମୂଲ୍ୟ ରତ୍ନ ଭଣ୍ଡାରର ସୁରକ୍ଷା ଲାଗି ଦାରୋଗା, ସୁବେଦାର (ଆଜିର ସମୟରେ ପୁଲିସ୍ ) ର ସହାୟତା ନିଆଯିବା କଥା ଏହି ରିପୋର୍ଟ୍ ରେ ଉଲ୍ଲେଖ କରା ଯାଇଛି 

 ପ୍ରଭୁଂକ ସୁନା ଅଲଂକାର ଗୁଡିକ ମଧ୍ୟରେ କେତୋଟି ପ୍ରମୁଖ ହେଉଛି ଚୂଳକରା, ମୟୂର ଚନ୍ଦ୍ରିକା, ତ୍ରିଶାଖା, ଚୂଳ ପତ୍ରୀ, ଅପରାଜିତା, ଚନ୍ଦ୍ର ସୂର୍ୟ, ମୁକୁଟ, ବଡ ଫୁଲ,କିଆ ଫୁଲ, କୁଣ୍ଡଳ. ଅଳକା, ରାହୁ ରେଖା, ଶ୍ରୀ ଭୁଜ, ସୁନା ଚକ୍ର, ପଦ୍ମ ପାଦ,ବାଘ ନଖ, ସେବତୀ ମାଳା, ଅଗସ୍ତି ମାଳା, ହରିତକୀ ମାଳା, କେଳି କଦମ୍ବ ମାଳା ଓ ଆହୁରି ଅନେକ  ମନ୍ଦିର ର ବିଭିନ୍ନ ସେବା ଲାଗି ବେଶ ଓ ସାଜ ସକାଶେ ଭିନ୍ନ ଭିନ୍ନ ଅଲଂକାର ର ଆବଶ୍ୟକତା ପଡିଥାଏଏହାର ସବିଶେଷ ତାଲିକା ଓ ନିର୍ଦ୍ଦେଶାବଳୀ ମନ୍ଦିର ସ୍ବତ୍ତ୍ବ ଲିପି ରେ ରହିଛି  ୧୯୮୪ ରେ ମନ୍ଦିର ପ୍ରଶାସନ ଶେଷ ଥର ଲାଗି ଭିତର ଭଣ୍ଡାର ଖୋଲି ଏକ ପୁର୍ନାଂଗ ତାଲିକା ପ୍ରସ୍ତୁତ କରିଥିଲେ ଓ ଏହା ଏକ ପୁସ୍ତକ ଆକାରରେ ସେତେବେଳେ ପ୍ରକାଶ ପାଇଥିଲା  

ଶ୍ରୀ ମନ୍ଦିର  ସ୍ବତ୍ବଲିପି ର ଅନ୍ତିମ ପୃଷ୍ଠା ଗୁଡିକରେ ରତ୍ନ ଭଣ୍ଡାରରେ ରହିଥିବା ବିଭିନ୍ନ ଅଲଂକାର ଓ ସାମଗ୍ରୀ ର ଏକ ବିସ୍ତୃତ ତାଲିକା ରହିଛି ଚାର୍ଲସ୍ ଗ୍ରୋମ୍ ରିପୋର୍ଟ୍ ରୁ ଆଜିର ତାରିଖ ଯାଏଁ ଯେତିକି ତାଲିକା କରା ଯାଇଛି ସବୁ ଏଯାବତ୍ ଅସମ୍ପୂର୍ଣ  ଏହାର ଅର୍ଥ ହେଉଛି ରତ୍ନ ଭଣ୍ଡାର ରେ ଆହୁରି ଅନେକ ଗୋପନ ସମ୍ପଦ ରହିଛି ଐତିହାସିକ ଦୃଷ୍ଟିରୁ ରତ୍ନ ଭଣ୍ଡାର ର ବହୁ ସାମଗ୍ରୀ ପ୍ରଭୁତ ଗୁରୁତ୍ବ ବହନ କରନ୍ତି ପୂର୍ବରୁ ପ୍ରଦତ୍ତ ଉତ୍କଳ ଦୀପିକାରେ ପ୍ରକାଶିତ ମାର୍ଚ୍ଚ ୧୯୦୫ ରିପୋର୍ଟ୍ ଅନୁସାରେ ମନ୍ଦିର ରତ୍ନ ଭଣ୍ଡାର ଭିତରୁ କିଛି ଅସ୍ତ୍ର ଶସ୍ତ୍ର ମଧ୍ୟ ମିଳିଥିଲା ବୋଧହୁଏ ବାରମ୍ବାର ମନ୍ଦିର ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବାକୁ ରତ୍ନ ଭଣ୍ଡାର କୁ ଭଣ୍ଡାର ଘର ଓ ଗୋପନ ଅସ୍ତ୍ରାଗାର ଭାବରେ ବ୍ୟବହାର କରା ଯାଉ ଥାଇପାରେ ବର୍ତ୍ତମାନ ସମୟରେ ସୁରକ୍ଷା ଓ ପୋଲିସ୍ ବ୍ୟବସ୍ଥା ର କଡା ବ୍ୟବସ୍ଥା କାରଣରୁ ମନ୍ଦିର ଭିତରର ରତ୍ନ ଭଣ୍ଡାରକୁ ନେଇ ଅଯଥା ବିଭ୍ରାନ୍ତି ସୃଷ୍ଟି କରିବା ପଛରେ କିଛି ଗୋଟେ ରହସ୍ୟମୟ ରାଜନୀତି ବୋଧ ହୁଏ କାମ କରୁଛି  

ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଲୁଂଠନ କରିବାକୁ ଅନେକ ଥର ପ୍ରୟାସ ହୋଇଛି ହେଲେ ସବୁ ବିପଦ ବେଳେ ଏହାକୁ ସୁରକ୍ଷିତ ରଖିବାର ଦାୟିତ୍ବ ପରିଛା ମାନେ ଗ୍ରହଣ କରି ଆସିଛନ୍ତି ଓଡିଶାର ସମ୍ପତ୍ତି ଓ ପ୍ରତିପତ୍ତିର ସଂକେତ ହେଉଛି ଶ୍ରୀମନ୍ଦିରର ରତ୍ନ ଭଣ୍ଡାର  ଏହା ଓଡିଆ ଜାତିର ଦରିଦ୍ରତମ ସମୟରେ ମଧ୍ୟ ସାହସ ଓ ଶକ୍ତିର ପ୍ରତୀକ ଭାବରେ ଆମକୁ ଆଗକୁ ବଢିବାର ପ୍ରେରଣା ଯୋଗାଇ ଆସିଛି ରତ୍ନ ଭଣ୍ଡାର ଖୋଲିବାର ଓ ବନ୍ଦ କରିବାର ସ୍ବତନ୍ତ୍ର ବ୍ୟବସ୍ଥା ବା ଯାହାକୁ ଆଜି ଏସ୍ଓପି ବୋଲି କୁହା ଯାଉଛି ତାହାର ବ୍ୟବସ୍ଥା ପୁରୀ ମନ୍ଦିର ସ୍ବତ୍ତ୍ବ ଲିପିରେ ନିର୍ଦ୍ଦିଷ୍ଟ ଭାବରେ ଲେଖା ହୋଇ ରହିଛିଜୀବନରେ କେବେବି ସ୍ବତ୍ତ୍ବ ଲିପି ଦେଖିନଥିବା ସାମ୍ବାଦିକ ଓ ତଥାକଥିତ ଗବେଷକ ତଥା ନିଜର ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ଛକି ବସିଥିବା କେତେଜଣ ସେବାୟତ ଏହି ଘଟଣାରେ ଗୁଡାଏ ଗାଲୁ ଗପ ପ୍ରଚାର କରିଚାଲିଛନ୍ତି

ସ୍ବତ୍ତ୍ବଲିପି ଅନୁସାରେ ଗଜପତି ଶ୍ରୀଜଗନ୍ନାଥଙ୍କ  ରତ୍ନ ଭଣ୍ଡାର ଓ ଅନ୍ୟ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ଜିମାଦାର ଅଟନ୍ତି ଓ ଟ୍ରଷ୍ଟି ରୂପେ ସେ ସବୁର ରକ୍ଷଣାବେକ୍ଷଣ କରନ୍ତି ରତ୍ନ ଭଣ୍ଡାର ଡବଲ୍ ଲକ୍ ର କେବଳ ଗୋଟିଏ ଚାବି ଏହାଂକ ପାଖରେ ରହୁଥିଲା, କିନ୍ତୁ  ୧୯୩୦ ଠାରୁ ଉଭୟ ଚାବି ନିଜେ ରଖୁଛନ୍ତି’’ ତେବେ ଅହି ବ୍ୟବସ୍ଥା ପରିବର୍ତ୍ତିତ ହୋଇ ଭିତିରି ରତ୍ନ ଭଣ୍ଡାର ଚାବି ଏବେ ରାଜ୍ୟ କୋଷାଗାରରେ ରହିଛି ତେଣୁ ଭିତିରି ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଂକ ସ୍ବତନ୍ତ୍ର ଅନୁମତି ନେବାକୁ ପଡୁଛି ରାଜାଂକ ପରେ ଛତିଶା ନିଯୋଗ ନାଏକ ବା ଭଣ୍ଡାର ନାୟକ ରତ୍ନ ଭଣ୍ଡାର ଦାୟିତ୍ବରେ ରୁହନ୍ତି ତାଂକ ସେବା ବିଷୟରେ କୁହାଯାଇଛି ଭଣ୍ଡାର ନାୟକ ସ୍ବରୂପେ ଭିତର ଓ  ବାହାର ଭଣ୍ଡାର ମଣତି ନେବେ ଭଣ୍ଡାର ମେକାପ ସହ ଚାବି ଖୋଲି ଭଣ୍ଡାର ଜିନିଷ  ମାନଂକର ମାରଫତଦାର ଥିବେ ସୁପରିଣ୍ଡେଣ୍ଡେଣ୍ଟଙ୍କୁ  ମଣତି  ରିପୋର୍ଟ୍ ଦେଉଥିବେ ଭଣ୍ଡାର ମେକାପ, ଦେଉଳ କରଣ ଇତ୍ୟାଦି ଅନ୍ୟାନ୍ୟ ସେବାୟତ ଭଣ୍ଡାର ଦାୟିତ୍ବରେ ରୁହନ୍ତି ଏହାର ପ୍ରତ୍ୟେକ ବିଧାନ ଲାଗି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ରହିଛି ସେସବୁ ନ ବୁଝି କେବଳ ହଟ ଚମଟ ସୃଷ୍ଟି ଉଦ୍ଦେଶ୍ୟରେ ରତ୍ନ ଭଣ୍ଡାର କୁ ରାଜନୀତି ର କେନ୍ଦ୍ର କରାଯାଉଛି ମନ୍ଦିରର ସୁରକ୍ଷା ଓ ଐତିହାସିକ ଗବେଷଣା ଦୃଷ୍ଟିରୁ ରତ୍ନ ଭଣ୍ଡାର କେବଳ ଖୋଲା ଯିବା ଜରୁରୀ ନୁହଁ, ଏହାର ସଠିକ ମୂଲ୍ୟାୟନ ଓ ଲିପିକରଣ (documentation) ଆଜିର ସମୟର ସବୁଠୁ ବଡ ଆବଶ୍ୟକତା ଏହାକୁ ବିରୋଧ କରୁଥିବା ଲୋକଂକ ମତଲବ୍ ଆଦୌ ମହତ ନୁହେଁ