ଦର୍ପଣରେ ଉଲଗ୍ନ ଶିଶୁ

ଦର୍ପଣରେ ଉଲଗ୍ନ ଶିଶୁ

ଦର୍ପଣରେ ଉଲଗ୍ନ ଶିଶୁ 

ପେଟ ଯାଏ ଠିଆ ସାପର ପାଟିରେ  

 

ଜଳ ନଥାଏ, ମନ୍ତ୍ର ନଥାଏ 

ମଣିଷ କେହି ନ ଥାନ୍ତି ପାଖରେ 

 

ସିଆଡେ ବଗିଚା ଭିତରେ ବଢିଚାଲେ ଭୟ 

ଲମ୍ବି ଲମ୍ବି ଯାଉଥାଏ ଦୋ ଦୋ ଚିହ୍ନା ଡାଳିମ୍ବର ଛାଇ 

 

ଚଗଲା ଶିଶୁ ସାପଟାର କାନ ମୋଡିଦିଏ 

ଛାଇ ସ୍ଥିର ହୁଏ ବଗିଚାର ପାଚେରୀ ପାଖରେ 

 

ଦର୍ପଣରେ ଉଲଗ୍ନ ଶିଶୁ 

ପେଟ ଯାଏ ଠିଆ ସାପର ପାଟିରେ, ବକୁଥାଏ

 

ସୂର୍ଯାସ୍ତ ସଂପୂର୍ଣ୍ଣ ହୁଏ ପଶ୍ଚିମରେ 

ଭୟରେ, ବିଦ୍ରୋହରେ ଶିଶୁ ଥରିଥରି କହୁଥାଏ : 

 

"ଏଥରକ ଧରା ପଡିଗଲି ସିନା 

ଆଉ କେବେ ଖେଳିବିନି ତୋ ସାଥୀରେ"

 

ଜଳ ନଥାଏ, ମନ୍ତ୍ର ନଥାଏ 

ମଣିଷ କେହି ନ ଥାନ୍ତି ପାଖରେ ।