ନିରକ୍ଷର ପଶୁ, ପକ୍ଷୀ

ଆମ ସମୟର ଲେଖକ ଓ ପାଠକ ସଂପର୍କକୁ ନେଇ ଏ କବିତା ଏକ ତୀର୍ୟକ ବାଣ ।

ନିରକ୍ଷର ପଶୁ, ପକ୍ଷୀ

ଛଅ ତିଅଣ, ନଅ ଭଜା ରାଂଧି
ସଜାଇ ରଖିଲି ମୁହିଁ 
ଡାକିଥିଲି ଯାଇ ପଚାଶ ଲୋକଂକୁ
ଚାଳିଶ ଆସିଲେନାହିଁ

ବଳିଥିବା ଖାଦ୍ୟ ଘର ପଛଆଡ଼େ
ଯତନେ ଦେବାରୁ ଥୋଇ
କୁଆଡ଼ୁ ଆସି ପଶୁ, ପକ୍ଷୀ ଦଳ
ଆନଂଦରେ ଦେଲେ ଖାଇ

ଆମର ଲେଖକେ ମନଧ୍ୟାନ ଦେଇ
ଲେଖୁଥିଲେ ସୁଦ୍ଧା ବହି
ମଂଚରେ ତାହା ହୁଏ ପ୍ରଦର୍ଶିତ
ଫଟୋ ଉଠାଇବା ପାଇଁ

ତାହା ପରେ ବହି ଏଠାରେ, ସେଠାରେ
ରହିଥାଏ ଗଦାହୋଇ
ପଶୁ, ପକ୍ଷୀ ଦଳ ପୂରା ନିରକ୍ଷର 
ମୋଟେ ପଢ଼ି ଆସେନାହିଁ