ଅନ୍ଧାର

ଅନ୍ଧାର

ଆଜି ଅମାବାସ୍ୟା ବହଳ ଅନ୍ଧାର
ମୋର କି ଯାଏ ଆସେ
ମୁଁ କି ଖୋଜେ ଜହ୍ନ ରାତି
ଏ ଜୀବନ ଗୋଟେ ପରିତ୍ୟକ୍ତ ଭଙ୍ଗା  ଘର
ଯେଉଁଠି ଜମାଟ ବାନ୍ଧିଛି ଶହେ ଅମାବାସ୍ୟାର ଅନ୍ଧାର 

ଉଇଚରା ଆୟୁଷର ଅବୟବ ପୁଣି
ମାଟି ଛୁଇଁଥିବା ଛାତ ଭଳି ଆଶା ଯେତେ ମୋର
ଗାଁ ଶେଷ , ଶ୍ମଶାନରେ ପାଦଚିହ୍ନ ପରା 
ମୋତେ କି ଡରେଇବ ଏ ବହଳ ଅନ୍ଧାର

ଝୁଲୁଥାଏ ଚାଳେ ମୋର ମଲା ପ୍ରେମର ପ୍ରେତାତ୍ମା 
ଘର ଦାଣ୍ଡ ବାରଣ୍ଡାରେ ଶିଉଳି ଲଗା ସ୍ୱପ୍ନର ଶବ
ଆଜି ଅମାବାସ୍ୟା ବହଳ ଅନ୍ଧାର

ମୋର କି ଯାଏ ଆସେ
ମୁଁ କି ଚାହେଁ ତୁମେ ନେଇ ଆସ ସଞ୍ଜବତୀ
ତୁମେ କି ଜାଣିନ ମୁଁ ଅଛୁଆଁ ଅପବିତ୍ର ନିରୂତା ଅନ୍ଧାର ।


ଆଜି ଅମାବାସ୍ୟା ବହଳ ଅନ୍ଧାର..,